Voice of Hiroshima

ହିରୋସୀମାର ସ୍ବର

“ହିରୋସୀମା ବୁକେ ପାଉଁଶ ହୋଇ ସେ ସତୁରି ବରଷ ତଳେ
ଆଜି ବି ତ ସାତ ବରଷ ବାଳିକା, ମଲା ପରେ କିଏ ବଢେ ?“

-୧-

ସାତ ବର୍ଷର ବାଳିକାଟିଏ ସେ ଡାକୁଅଛି ପ୍ରତି ଦ୍ବାରେ,  
ସାତ ବର୍ଷର କ‌ଅଁଳ ସ୍ବର ତା ଶୁଣିଛକି ତମେ ଥରେ ।
ତୁମେ ବି ଶୁଣନା, ମୁଁ ବି ଶୁଣେନା, ଶୁଣେନା ପାଷାଣ ନର,
କି‌ଏ ବା ଶୁଣିବ? ସତୁରି ବର୍ଷର ପାଉଁଶ ତଳର ସ୍ବର।
ହିରୋସୀମା ବୁକେ ପାଉଁଶ ହୋଇ ସେ ସତୁରି ବରଷ ତଳେ

ଆଜି ବି ତ ସାତ ବରଷ ବାଳିକା, ମଲା ପରେ କିଏ ବଢେ ?

ସାତ ବର୍ଷର ବାଳିକାଟିଏ ସେ ଡାକୁଅଛି ପ୍ରତି ଦ୍ବାରେ,
ସାତ ବର୍ଷର କ‌ଅଁଳ ସ୍ବର ତା ଶୁଣିଛକି ତମେ ଥରେ ।

-୨-

ସେଦିନ ସଂଜରେ ଧୂଳିଖେଳ ବେଳେ କେଶେ ନିଆଁ ଲାଗିଗଲା,
ନିମିଷକ ମଧ୍ୟେ ପାଉଁଶ ମୁଠାଏ ପବନରେ ଉଡୁଥିଲା।
ଆଜି ସେ ବାଳିକା ତୁମ ହାତ ଧରି ଅଳି କିଛି କରେ ନାହିଁ।
ଅଙ୍ଗାରମୟ ହାତରେ ତ କେହି କଣ୍ଢେଇ ଖେଳେ ନାହିଁ ।
ପାଉଁଶ ତଳର କ‌ଅଁଳ ଓଠେ ତା ଏତିକି ମିନତି ସ୍ୱର,
ଅମୃତର ଏ ପୃଥିବୀ ବକ୍ଷରୁ ବଂଦ କର ନିଆଁ ଖେଳ।

 ମୂଳ ଜାପାନୀ କବିତା

ଅନୁସୃଜନ: ରମାକାନ୍ତ

[ In 1945, on 6th August, the United States dropped an atomic bomb in the city of Hiroshima. Around 80,000 people were killed instantly, around 35,000 people were injured. Rest of the people suffered from long term radiation sickness.]

Published by Dr. Ramakanta

Pediatrician and occasional blogger

One thought on “Voice of Hiroshima”

Leave a Reply