ପାଳଭୂତ
ଖରା ବର୍ଷାରେ ପାଳଭୂତଟି ବିଲ ଭିତରେ ଠିଆ ହେଇଥାଏ । ନଡାରେ ତିଆରି, ମାଠିଆ ଦେହରେ ଅଙ୍କା ମଣିଷର ଚିତ୍ର ।
ବିଲରେ କାମ କରୁଥିବା ମୂଲିଆଟି ତାକୁ ପଚାରିଲା,
- “ଭାଇ, ଦିନରାତି ଏମିତି ଖରା ଆଉ କାକରରେ ଠିଆ ହେଇ ହେଇ ତୁମକୁ ବୋର୍ ଲାଗୁନି ।”
“ବୋର କାହିଁକି ଲାଗିବ !” କହିଲା ସିଏ,
- “ଅନ୍ୟକୁ ଡରାଇ ପାରିବାର ଯେଉଁ କ୍ଷମତା, ତାର ସ୍ବାଦ ଏତେ ମିଠା ଯେ, ମୋତେ ସମୟ ବି ଜଣା ପଡେନି ।”
ମଣିଷଟା ନିଜ ମାଲିକ କଥା ମନେ ପକାଇ କହିଲା,
- “ହଁ, ହଁ, ଅନ୍ୟକୁ ମିଛଟାରେ ଡରାଇବା ଏବଂ ଧମକାଇବାରେ ମଜା ଥିବ ନିଶ୍ଚୟ ।”
ପାଳଭୂତଟି କହିଲା,
- “ତମେ କେମିତି ଜାଣିବ ? ତମେତ ରକ୍ତ ମାଂସର ମଣିଷଟିଏ । ମୋ ପରି ନଡା କୁଟାରେ ତିଆରି ପାଳଭୂତଟିଏ ଆକାଶରେ ଉଡୁଥୁବା ଜୀଅନ୍ତା ଚଢେଇମାନଙ୍କୁ ଧମକେଇ ପାରିବାର ଡବଲ୍ ମଜାକଥା ତମେବା ଜାଣିବ କେମିତି ?
( Published in the Sahityana Page of the Dharitri in 1996)
