Pala Bhuta

ପାଳଭୂତ

ଖରା ବର୍ଷାରେ ପାଳଭୂତଟି ବିଲ ଭିତରେ ଠିଆ ହେଇଥାଏ  । ନଡାରେ ତିଆରି, ମାଠିଆ ଦେହରେ ଅଙ୍କା ମଣିଷର ଚିତ୍ର ।

ବିଲରେ କାମ କରୁଥିବା ମୂଲିଆଟି ତାକୁ ପଚାରିଲା,

  • “ଭାଇ, ଦିନରାତି ଏମିତି ଖରା ଆଉ କାକରରେ ଠିଆ ହେଇ ହେଇ ତୁମକୁ ବୋର୍ ଲାଗୁନି ।”

“ବୋର କାହିଁକି ଲାଗିବ !”  କହିଲା ସିଏ, 

  • “ଅନ‍୍ୟକୁ ଡରାଇ ପାରିବାର ଯେଉଁ କ୍ଷମତା, ତାର ସ୍ବାଦ ଏତେ ମିଠା ଯେ, ମୋତେ ସମୟ ବି ଜଣା ପଡେନି ।”

ମଣିଷଟା ନିଜ ମାଲିକ କଥା ମନେ ପକାଇ କହିଲା,

  • “ହଁ, ହଁ, ଅନ‍୍ୟକୁ ମିଛଟାରେ ଡରାଇବା ଏବଂ ଧମକାଇବାରେ ମଜା ଥିବ ନିଶ୍ଚୟ ।”

ପାଳଭୂତଟି କହିଲା,

  • “ତମେ କେମିତି ଜାଣିବ ? ତମେତ ରକ୍ତ ମାଂସର ମଣିଷଟିଏ । ମୋ ପରି ନଡା କୁଟାରେ ତିଆରି ପାଳଭୂତଟିଏ ଆକାଶରେ ଉଡୁଥୁବା ଜୀଅନ୍ତା ଚଢେଇମାନଙ୍କୁ ଧମକେଇ ପାରିବାର ଡବଲ୍ ମଜାକଥା ତମେବା ଜାଣିବ କେମିତି ?

( Published in the Sahityana Page of the Dharitri in 1996)

Published by Dr. Ramakanta

Pediatrician and occasional blogger

Leave a comment