Medical Collegeରେ ସାର ମାନେ ଯେତେ ଯେତେ ନାଁ କମାନ୍ତି, ସେଇ ଅନୁପାତରେ ତାଙ୍କ ନିନ୍ଦୁକ ସଂଖ୍ୟା ବି ବଢି ଚାଲେ। ଏଇ ଯେମିତି ସନାତନ ରଥଙ୍କୁ ‘ଶୟତାନ ରଥ’, କୁଳମଣି ମିଶ୍ରଙ୍କୁ ଶ୍ରଦ୍ଧା ରେ public ‘ଡାକୁ ମିଶ୍ର’ କହିଥାନ୍ତି।
ଆମେ ପଢିଲା ବେଳକୁ ପୁରୁଣା physiology building ଟା ବିପଦସଙ୍କୁଳ ଘୋଷିତ ହେଇ ସାରିଲାଣି। ୪୦ ବର୍ଷ ତଳର କଥା। Old Gents hostel ସାମ୍ନାରେ ଦୁଇଟା ପ୍ରସିଦ୍ଧ କୋଠା ଥିଲା। ଧୂସର ରଙ୍ଗର physiology department ଏବଂ ତା କଡରେ ପ୍ରସିଦ୍ଧ ଆମ୍ମା Canteen. ସେଇଠି ଆଜିର ଓଡ଼ିଶାର କେତେଯେ ଗଣ୍ୟମାନ୍ୟ ଡାକ୍ତର ସିଗାରେଟ ଧୂଆଁ ରେ ଫୁସଫୁସ ସେକିଛନ୍ତି ଗଣିବା ଅସମ୍ଭବ। ସେ canteen ଯେତେ ଡାକ୍ତରଙ୍କ ନୂଆ ଘର ବସାଇଛି, ସେତିକି ଘର ମଧ୍ୟ ଭାଙ୍ଗିବାର ଇତିହାସ ରଖିଛି।
ମୁ ସେଇ ସମୟ କଥା କହୁଛି, ଯେତେବେଳେ CBK ଭାଇ, ଭୂବନ ମହାରଣା ଏବଂ ପୂରିଆ ମିଶ୍ରଙ୍କର ପୂରା ଦିନଗୁଡା ସେଇଠି କଟୁଥିଲା।
ଆମ ପରେ ପରେ physiology building କୁ ପୂରା ବନ୍ଦ କରି ଦିଆଗଲା। repairing ପାଇଁ ତା ସାମ୍ନାରେ ବାଲି ଗଦା ହୋଇଥିଲା। ଛାତ support ପାଇଁ ବାଉଁଶ ଢିରା ଲଗା ହେଇଥିଲା।
..
୪୦ ବର୍ଷ ତଳର ଏମିତି ଗୋଟିଏ ପୂଷ ପୂର୍ଣ୍ଣିମାର ସନ୍ଧ୍ୟା। ଆଜି ପରି ରୂପାଥାଳି ଜହ୍ନଟା medicine building ପଛରୁ ଉଠି ସାରିଥାଏ। Hostelରେ line ନ ଥାଏ। ଆମେ କେତେ ଜଣ ସାଙ୍ଗ physiologyର ପରିତ୍ୟକ୍ତ କୋଠା ପାଚିରିରେ ବସିଥାଉ।
ଆକାଶରେ ତୋଫା ଜହ୍ନ, ପାଦତଳେ ସୁନା ବାଲି, physiology departmentର ଧୂସର କୋଠା ଏବଂ line ନଥିବା ମେଡିକାଲ ରାସ୍ତାରେ ମୁଁହ ସଞ୍ଜର ମଳିଛିଆ ମଣିଷମାନେ ଫେଣ୍ଟାଫେଣ୍ଟି ହେଇ ବେଶ romantic ସଞ୍ଜଟିଏ ତିଆରି କରିଥାନ୍ତି।
ସେଇ ଅନ୍ଧାରୁଆ ରାସ୍ତାରେ ଆମଆଡକୁ ସେ ମାଡିଲେ।
Eye departmentର HOD Dr Kulamani Mishra. ସୋମ୍ୟ ଚେହେରା, ଟିକେ ଡାହାଣକୁ ଢଳି ଢଳି ଚାଲନ୍ତି। ସେତେବେଳେ Eye, ENT final MBBSର subject ଥିଲା। First year ପିଲାଙ୍କ ପାଇଁ medicine, surgery, Eye ସବୁ ଆକାଶ କଇଁଆ ପରି ଦୂର ଏବଂ ଗହନ ଥିଲା। Eye Professorଙ୍କୁ ଦେଖି ଆମେ ସିଗାରେଟ ଫୋପାଡି, ପାଚିରିରୁ ଖପଖାପ ଡିଆଁ ମାରିଲୁ। ସୁନାପିଲା ପରି ବାଲି ଝଡାଝଡି ହେଉଛୁ, ସାର ଆସି ମୋ ବେକକୁ ଧରିଲେ। ମୋରତ ପିଳେହି ପାଣି। ମୁଁ ମନେ ମନେ ଗୋଟିଏ କାଳ୍ପନିକ explanation ଖୋଜୁଥାଏ କିନ୍ତୁ ମୁଣ୍ଡଟା ଗୋଳମାଳିଆ ଧରିଯାଉଥାଏ।
ସାର ମୋ କାନ୍ଧରେ ହାତ ପକାଇ କହିଲେ,-
…
” ଆଜିକୁ ୨୦ ବର୍ଷ ତଳେ, ଏମିତି ଏକ ପୂର୍ଣ୍ଣିମା ରେ, ଏଇ ପାଚିରି ଉପରେ ବସି ମୁଁ ଲେଖିଥିଲି-
‘ଜହ୍ନ ତୁମେ ଉଅଁ ନାହିଁ,
ଲୁଚିଯାଅ ଦିଗବଳୟ ତଳେ।
ତୁମେ ଜମା ଭଲ ଲାଗ ନାହିଁ,
ଛାତି ତଳେ ନିଆଁ ଗୋଟେ ଜଳେ।’
…
ସାର ସେମିତି ଜହ୍ନକୁ ଅନାଇ ଥାଆନ୍ତି। ତାଙ୍କ ହାତଟା ହଠାତ ଓଜନିଆ ଲାଗିଲା ମୋ କାନ୍ଧରେ। ସେଇ ମଳି ଆଲୁଅରେ medical କୋଠାର ଝରକା ସବୁ, ତା ପଛରେ ଦିକି ଦିକି ଜଳୁଥିବା ଆଲୁଅ ସବୁ, ପବନରେ ମାଘର ହାଲକା ଆମେଜ ମିଶି ଏକ ମାୟାମୟ ପରିବେଶ ତିଆରି କରିଥିଲେ। ଧଡ କିନା ସାର ଚାଲିଗଲେ। ତାଙ୍କ ରୁକ୍ଷ ପ୍ରଫେସର ଖୋଳପା ଭିତରୁ ତରଳ କବିଭାବର ହ୍ରୁଦୟଟାକୁ ସେଇଠି ଢାଳି ଦେଇଗଲେ ବୋଧହୁଏ।
ଏବଂ Line ଆସିଗଲା। ଗାଡି ମଟର, ରିକ୍ସାର ପେଁ, ପାଁ ଶବ୍ଦ ଭିତରେ ପୁଷ ପୁନେଇଁ ର କଅଁଳ ସଞ୍ଜଟା ବୁଢି ହେଇଗଲା।