ସ୍ବର୍ଗରେ ଇଲେକ୍ସନ

-୧-

ଦେବଲୋକରେ ହଇଚଇ। କଣନା election ହେବ। ସେ ବି ତ୍ରୀସ୍ତରୀୟ।

ବ୍ରହ୍ମା, ବିଷ୍ନୁ, ଶିବ ଏମାନେ କେବେ ଠାରୁ ସ୍ବର୍ଗଲୋକ ଛାଡି super ଦେବଲୋକକୁ ଗଲେଣି। ତାଙ୍କ ଯାଗାରେ ଏବେ ଆଉ ତିନିଟା application ପଡିଛି- ଗଣେଶ, ସୂର୍ଯ୍ୟ, ଶକ୍ତି ହେରିକାଙ୍କ ପାଖରୁ। ଲେଖିଛନ୍ତି- “ଆମେବି veteran ପାର୍ଟି ହେଇସାରିଲୁଣି। ଆମର ଭକ୍ତ ସଂଖ୍ୟା ବ୍ରହ୍ମାଙ୍କଠାରୁ କୋଉ କମ କି ? ଆମେ କିଆଁ ଫି ସନ election ଲଢିତେ ଯିମୁ। ଭାରତ କଥା ଛାଡ, ଇଂଲଣ୍ଡ, ଆମରିକାରେ ବି ଯଦି ଆଜି ଗୋଟେ ସାନି ଭକ୍ତ ଗଣନାଟେ କରାଯାଏ, ତାହେଲେ ଆମର ବେଶୀ ଭକ୍ତ ବାହାରିବେ। ଯଦି ସନ୍ଦେହ ଅଛି, ଗୋଟିଏ ସାନି plebiscite କରାଯାଉ। ଆମ ପାର୍ଟି ଭାରି ପଡିବ। ଆମକୁ ସେ ଇନ୍ଦ୍ର,ବରୁଣ, ବାୟୁ, କୁବେର ଭଳିଆ ଧଇଁଆ ପାର୍ଟି ମାନଙ୍କ ଠାରୁ ଅଲଗା seat ଦରକାର।”

ଆଉ ଦୁଇ ଖଣ୍ଡ application ଆସିଛି ଗୋଟିଏ ମାଙ୍କଡ ପାର୍ଟି, ଆଉ ଗୋଟେ ସାପଙ୍କ ପାର୍ଟି ଅଫିସରୁ।

 “ଆମର ହନୁମାନଜୀ ଏଥର cabinet ପାଇଁ eligible ହେଲେଣି । WHO data କହୁଛି, ପ୍ରତି ମିନିଟରେ ଦେଢକୋଟି ଲୋକ ହନୁମାନ ଚାଳିଶା ଜପ କରନ୍ତି। ଆମକୁ ଏଥର super class ticket ଦରକାର।”

ନାଗପଞ୍ଚମୀ ଦିନ ସହର ସାରା ଯେତିକି ଅଣ୍ଡା ଉଇହୁଙ୍କାରେ ପଡୁଛି, ସେଥିରୁ ଆମ ଭକ୍ତ ଗଣନାଟେ କରାଯାଇପାରେ। ଆମେ ପ୍ରଥମ ନହେଲେ ଦ୍ୱିତିୟରେ ନିଶ୍ଚୟ ଆସିବୁ।

ସେପଟେ ରାହୁ, କେତୁ ମଧ୍ୟ ଲେଖିଲେଣି, “ଅମୃତ ଟୋପାଏ ଆମ ଜିଭରେ ଲାଗିଛି ମାନେ, ଆମେ ଦେବତା ହେଇଗଲୁ। ଆମକୁ ଏବେଠୁ ଦେବ-ସିଟରେ ନିଅ। ଆମ ପାଇଁ ଯେତେ ଗ୍ରହ ଶାନ୍ତି ପୂଜା ହେଉଛି, ସବୁର GST ତକ ଦେବକୋଷକୁ ଯାଉଛି ନା ନାହିଁ। ଆମେ କଣ ଭୂଲ କହିଲକି ? ୱାଜିବ କଥା।”

ଦୁଇ ଅସୁରଙ୍କର ଦେବତା ବନିବା ନିଶା ଏ ଯାଏଁ ଗଲାନି।

ୟା ଭିତରେ ଗୋଟାଏ ରଙ୍ଗଛଡା ଲଫାପାଟି CECଙ୍କ ନଜରରେ ପଡିଲା। ପୁରୁଣା ପାଣିଖିଆ ନୀଳ ଲଫାପାଟି। ଖୋଲାଗଲା।

“ସାର୍, ଏଇଟା ତ ଆମ ଦେବଲୋକର ଡାକ ନୁହେଁ। କୌଣସି ମାନବର ଲାଗୁଛି। ଏଇଟା ଆମ ଡାକରେ ପହଞ୍ଚିଲା କେମିତି?” 

CEC ଜଣେ senior most DAS officer ( Divine Administrative Service). ସେ କହିଲେ,

“ଚିତ୍ରଗୁପ୍ତ ର ମଣିଷ ଡାକଟା wrong address ହେଇ ଆସି ଯାଇଛି ବୋଧହୁଏ। ହେଉ, ପଢତ ଦେଖି।”

ସାର୍, ଏଇଟା ତ ଗୋଟାଏ PG (Public Grievance) ଲାଗୁଛି ।

“.. ଲେଖିବାର ଅଭିପ୍ରାୟ ଏହିକି ଯେ, ଆମେ ଭୋଁସରର ମଣିଷ ମାନେ ବଡ କଲବଲ ହେଲେଇଁ। ସ୍ବର୍ଗରେ ମନେକରୁ, ଜାଗା ଅଭାବ ହେଲାଣି। ପୁରାଣ ଯୁଗରେ ସିନା ଦେବସଂଖ୍ୟା ୩୩ କୋଟି ଥିଲା। ଏବେ census ନେଲେ କେଇ ଶହ କୋଟି ହେବଣି କେଜାଣି। ସ୍ବର୍ଗରେ family planning camp ହେବା ବିଷୟରେ ତ ବ୍ୟାସ କୋଉ ପୁରାଣରେ ନେଖିଥିବା ମନେ ପଡୁନି। ସେଇଟା ଛାଡ, ସେଇଟା ଆପଣଙ୍କର internal problem.

ହେଲେ ଆପଣଙ୍କର ସେଇ ଯୋ ନୂଆ ନୂଆ ଠାକୂର, ଠାକୁରାଣୀ ମାନଙ୍କ କଥା ପଡିଛି। ହ‌ଇଓ, ତମକୁ ଯଦି ସରଗରେ  quarterଟିଏ ନ ମିଳିଲା, ତମେ ସିଧା ଆସି ଏଠି ଭୋଁସରର ରାସ୍ତା ମଝିରେ ଆସ୍ଥାନ ଜମେଇଲେ କେମିତି ହେବ ? 

ଏଇ ଆମ ପଟିଆ compusys ଛକଟା କଥା ଦେଖନ୍ତୁ। ଆପଣଙ୍କ ଜଣେ ବାବା ସେଠି ବିଚ ରାସ୍ତା ଉପରେ ବିରାଟ ମନ୍ଦିର ବନେଇଚିନ୍ତି। ଏବେ ରାସ୍ତା ଚଉଡା କେମିତି ହେବ ? ଆମ engineering staff ଅଭିଶାପ ଡରରେ ମନ୍ଦିରରେ ହାତ ଦବାକୁ ଡରୁଚିନି। ସେ ବାବା କାଳେ ପ୍ରଚଣ୍ଡ ରାଗୀ। ଆପଣଙ୍କୁ ଏତିକି ମିନତି, ତାଙ୍କୁ ଟିକେ ବୁଝାଇ ଦିଅ, ୬ଫୁଟ ଘୁଞ୍ଚି କରି ବସିଲେ କଣଟା ଅଶୁଦ୍ଧ ହେଇଯିବ? ଆମ ରାସ୍ତା ପାଇଁ ଯେତିକି ଜାଗା ଦରକାର ସେଥିରୁ ଜଵର ଦଖଲ ଛାଡ଼ିବାକୁ ଅନୁରୋଧ ରହିଲା।

BMC limit ଭିତରେ ଜଣକର ଗୋଟାଏ ରୁ ଦୁଇଟା ଘର ପାଇଁ permission ନାହିଁ। ହେଲେ ସେ ବାବା ଙ୍କର ଏଠି ଦି ଡଜନରୁ କମ ମହଲ ନ ଥିବ। ସବୁ ପୁଣି ଦୁଧ ପରି ଧଳା ଶଙ୍ଖ ମରମରରେ ତିଆରି।

ଆଉ ଇଏ ହେଲେ “ଡରୁଣେଇ ଠାକୁରାଣୀ”। ଯାହା ଉପରେ କୋପ କରିବେ, ତାର ଭେଳା ବୁଡିଲା। ସବୁ ଠିକ ଯେ। ମା ଲୋ, ପଣା ନେ, ପାଟୁଆ ଖା। କିନ୍ତୁ ଆମ ମେନ୍ ରୋଡ ମଝିରୁ ଟିକେ ହଟି ଯା। ମା ଟା ପରା। ଆମକୁ କି କଲଵଲ କଲୁଣି। ତୋ ମନ୍ଦିରଟା cross କରିବାକୁ ଅଧ ଘଣ୍ଟା ଲାଗୁଛି।

ଅଧାରୁ CEC ସାର କହିଲେ,

“steno ବାବୁ, ଏଇ ନୂଆ recruit ଦେବ ଦେବୀଙ୍କର ଗୋଟାଏ orientation class arrange କରନ୍ତୁ। ତମେ ସବୁ କାଲିକା ପିଲା। ମଣିଷ ମାନଙ୍କୁ ସାହାଯ୍ୟ କରିବା ପାଇଁ ତମକୁ probation ରେ ମର୍ତ୍ତ୍ୟକୁ ପଠା ଗଲା। ତମେ ସେଠି ଅକର୍ମ କରି ବସିଲେ, ବାଧ୍ୟ ହେଇ ମତେ DA action ନେବାକୁ ପଡିବ। ଆଗ ଦେବତାରୁ suspend, ଦରକାର ପଡିଲେ ଦେବତ୍ବ terminate ବି କରା ଯାଇ ପାରେ।

ଆଉ ସେ ଯେଉଁ ନାଁ ଦିଟା ଆସିଛି, ଦିଟା summon ପଠେଇ ଦିଅ, ଗୋଟିଏ fact finding inquiry ପାଇଁ। ତାରିଖ ମଧ୍ୟ।

-୨-

( Interview -1)

ମୋ ନା ଡରୁଣେଇ ଦେବୀ। 

ନାଲି ପାଟ ଶାଢ଼ୀ, ମଥାରେ ଏଡେ ବଡ ନାଲି ସିନ୍ଦୁର ଟୋପା। ପାନରେ ପାଟିଟା ନାଲ। ପାଟି ଖୋଲିଲେ ରାଇଜ କମ୍ପିବ, ଥରିବ।

ସେ କହିଲେ,”ହଁ, ଆମେ ରାସ୍ତା ମଝିରେ ବସୁ। ସେଇଟା ଆମର ହକ୍‌। ଆମର ସମସ୍ତେ ରାସ୍ତା ମଝିରେଇ ବସନ୍ତି। ସବୁ ଡ୍ରାଇଭର ଆମର client। ତାଙ୍କରି ପ‌ଇସାରେ ଆମେ ଚଳୁ।

 ଆମ ପାର୍ଟିର ରାଜ୍ୟ ସଭାନେତ୍ରୀ ମା *ବାଟ ମଙ୍ଗଳା। ୧୦୦୦ ବରଷ ହେଲାଣି, ପୂରୀ main ବାଟ ମାଡିକରି ବସିଅଛନ୍ନ୍ତି। ଲୋକ ସେଇ ବାଟେ ଗଲା ବେଳେ ଦର୍ଶନ କରନ୍ତି। ଦୀପ ଜଳାନ୍ତି। ଭୋଗ ଚଢାନ୍ତି। ତାଙ୍କୁ ତ କେହି କେଭେଁ ଉଠିବାକୁ କହିନାହାନ୍ତି। କାହା ଜିଭରେ ହାଡ ଅଛି। କହୁତ ଦେଖି।

ଆଗ କାଳରେ ସବୁ ଗାଁ ମୁଣ୍ଡରେ ଲୋଟଣୀ ବର ଗଛ ଥିଲା। ତା ପାଖରେ ମଶାଣି ରହୁଥିଲା। ଲୋକ ସେ ବାଟରେ ଯିବାକୁ ଡରୁ ଥେଲେ। ଆମେ ଧୋ ଧୋ ଦିପହରେ, ବର ଡାଳରେ ଗୋଡ ଲଗାଇ ଓଲଟା ଝୁଲି ଚୁଟି ଶୁଖାଉ ଥିଲୁ। ସେତେବେଳେ କିଏ ଗାଁ ବାଲା ଏକୁଟିଆ ପୋଖରୀ ପାଣି ବାହାରିଥିଲେ, ଆମକୁ ଦେଖି ବେହୋଶ ହେଇ ଯାଉଥିଲା। ଲୋକେ କହୁଥିଲେ ଭେଟଣା ହେଇଛି। ଡରରେ ଗାଁ ମୁଣ୍ଡରେ ପଣା ପାଣି ଢାଳୁଥିଲେ। ଆମର ବେପାର ଚାଲୁଥିଲା। ଏବେ ତ ସମସ୍ତେ ଘର ଭିତରେ ପାଇଖାନା କରି ହଗିଲେ, ଘର ବାହାରେ ହୋଟେଲରେ ଖାଇଲେ। ସେଇଠୁ ମୁଁ ବି ଗାଁ ଛାଡି ସହରକୁ ପଳେଇ ଆସିଲି। 

ଏଠି କିନ୍ତୁ ବହୁତ ହୀନସ୍ଥା। ବର ଗଛ କଥା ମାର ଗୁଲି, ଇଞ୍ଚେ ବି ଖାଲି ଯାଗା କୋଉଠି ନାହିଁ। ସବୁଠି ଭୀଡ। ସବୁ ଯାଗା occupied. ରାସ୍ତା ମଝିଟା ଇ ଗୋଟିଏ ଫାଙ୍କା ଜାଗା, ଯୋଉଠି ଟିକେ ଶାନ୍ତିରେ ନିଶ୍ୱାସ ମାରି ହେବ।

“କଣ କହିଲ, ରାସ୍ତାରେ ଘର କରିବା ବେଆଇନ। ଭୋଁସରିଆଙ୍କରତ ନାଳ ନର୍ଦ୍ଦମା ମୁହଁରେ ଘର କରିବା ଅଭ୍ୟାସ। ଆମକୁ କହୁଛ କିଆଁ?

ଏତିକି କହିବା ମଝିରେ ସେ ମା ପିଚିରି ପିଚିରି ପାନ ପିକରେ ସରକାରି କୋଠାର କାନ୍ଥସବୁ ନାଲ କରି ପକାଇଲେ। CEC sir ନିଜ ରାଗକୁ ନିୟନ୍ତ୍ରଣ କରୁ କରୁ ସେ ଉଠିଲେ ଏବଂ ନାଲିଆକାନି ଅଗରେ ବନ୍ଧା ହେଇଥିବା କାଳିଆ ଚାବିନେନ୍ଥାଟାକୁ CEC Sirଙ୍କ ନାକ ଆଗରେ କିନି ଝମ କିନା ବୁଲାଇ ପକାଇ ସେ କହିଗଲେ, “ମନେରଖ ଆମେ OBC ରେ ଯାଉଛୁ। ଆମ ସିଟ କମ କଲେ ଦଫା no ଲଗାଇ ଦେବି ଯେ, ମଜା ବାହାରି ଯିବ।”

ତାଙ୍କ ଦୁଇ ନିତମ୍ବ ମଝିରେ ଘଣ୍ଟାର ପେଣ୍ଡୁଲମ ପରି ଝୁଲୁଥିବା ସେ କାଳିଆ ଚାବିନେନ୍ଥାଟାକୁ ଦେଖିତେ ଦେଖିତେ CEC Sirଙ୍କ BP ଦସ ପଇଣ୍ଟ ଚଢିଗଲା।

ଏଇମାନେ କାଳେ ଆମ ଦେବତାଙ୍କ ଭବିଷ୍ୟତ।

-୩-

ଡରୁଣେଇ ଦେବୀ caseଟାର mishandlingରେ ବେଶ କ୍ଷୁବ୍ଧ ହୋଇଥିଲେ CEC।

Legal cellଟା ପୂରା useless. Preparation ନାହିଁ। କିଛି ନାହିଁ।କୌଣସି Preliminary investigation ନ କରି ଖାଲି Date ଦେଇଦେଲେ ଏଇଆ result ହେବା ସ୍ବାଭାବିକ। ଆଉ କ’ଣ ସେ ଯୁଗ ଅଛି ଯେ ଭଗବାନ ନାଁ ଶୁଣିଲାକ୍ଷଣି ଲୋକ ଚପଲ ଖୋଲି ଓଳିକି ହେଇଯିବେ। ଦାନ୍ତରେ କାନି ଦେବେ। ଯୁଗ ବଦଳିଲାଣି। ଇଏ ବଦଳୁନାହାନ୍ତି।

“Next caseଟାର date ଦେବା ପୂର୍ବରୁ, “ଏ ଭୋଁସର କୋଉଠି, ଏ ବାବା କିଏ,ଏହାଙ୍କ ପୂରା ଜାନକାରି ମୋ table ଉପରେ ଥିବ। I do not want to lose the second case due to your inefficiency.” ଗର୍ଜନ କଲେ Sir.

 “ଆମ ଖୁପିୟା in-charge *ନାରଦ* କାହିଁଗଲେ ? ବହୁତ ଦିନ ହେଲା ତାଙ୍କ ” ନାରାୟଣ” ringtoneଟା ବି ବାଜି ନାହିଁ।”

   Sir, Covid ପର ଠାରୁ ନାରଦ ତାଙ୍କର ସବୁ tour, travel cancel କରି ଦେଇଛନ୍ତି। ତାଙ୍କ ଢିଙ୍କିଟାକୁ ସେଦିନ RTO ଜବତ କରି ନେଇଥିବା ଖବର ପାଇଥିଲି। ସେଇଟାତ ୧୫ ବର୍ଷରୁ ବେଶ ଅଧିକ ପୂରୁଣା ଢିଙ୍କିଟା। ତାକୁ ଆଉ permit ମିଳିଲାନି। 

“ସେ ତ ଆକାଶରେ ସାଇଁ ସାଇଁ ଯିବାରେ ଧୂରନ୍ଧର। ଧରା ପଡିଲେ କେମିତି ? ଆଶ୍ଚର୍ଯ୍ୟ।”

“Sir, ସେ ତ ମାସ୍କ ପିନ୍ଧନ୍ତି ନାହିଁ, ଧରା ପଡିଗଲେ। ସେଦିନ ଗୋଟାଏ ଭିଡ ଦେଖି ଖବର ନେବା ଆଶାରେ ସେ ଢିଙ୍କିଟା stand ମାରିଛନ୍ତି କି ନାହିଁ, ପଛରୁ ଧରିନେଲା ଖପାକ। ସେଇଟା ମାସ୍କ checking ଚାଲିଥିଲା।…. ଖାଲି ଯା ୟାଙ୍କ ପାଚିଲା ଦାଢି, ବୟସ ଦେଖି ଛାଡ଼ିଦେଲେ। ନହେଲେ… ଢିଙ୍କିଟା ସେଇଠି ଭୋଁସରର ଗୋଟିଏ ଥାନାରେ ଖତ ଖାଉଛି। ଛଡେଇ ହେଉନି। ପୁରୁଣା ଗାଡିତ, License renew ହେଇ ପାରୁ ନାହିଁ। ସେଇ ଦୁଃଖରେ ନାରଦ VRS apply କରିଥିଲେ। ଆପଣ ତ ସେଇଟା sanctionଵି କରି ଦେଇଛନ୍ତି।

” ଆରେ, ଏବେ ଆମ dataସବୁ ପୁଣି କେମିତି ଆସିବ ?”

“Sir, ଆଜିକାଲି, data ପାଇଁ କୁଆଡେ ଯିବାକୁ ପଡୁନାହିଁ। ଜଣେ ନୂଆ ବାବା ବାହାରିଛନ୍ତି। Google ଵାବା। ସବୁ information ସେ home delivery କରି ଦେଉଛନ୍ତି। ବହୁତ ସୁବିଧା। Petrol ତ ଆଜିକାଲି ୩ ଚାମଚକୁ ୫ ଟଙ୍କା ଧରିଲାଣି। ଢିଙ୍କି ଫିଙ୍କି ସବୁ ban କରି ଦିଆ ଯାଇଛି। ହଂସ, ପେଚା, ଷଣ୍ଢ ଚଢିବା ବି ମନା। PETA ହାବୁଡ଼ରେ ପଡ଼ିଲେ ମୁସ୍କିଲ।

Google ବାବାଙ୍କୁ ବିଶ୍ବକର୍ମାଙ୍କ under ରେ IT consultant post ଟେ create କରିଦେଲେ ଭଲ ହୁଅନ୍ତା। ଚିତ୍ରଗୁପ୍ତ ତ ପାଞ୍ଜିଟା Googleକୁ outsource କରି ଦେଇଛନ୍ତି। Charge ବହୁତ। ଆମେ ଯଦି Google ବାବାଙ୍କୁ ଦେବତା ଘୋଷଣା କରି ଦିଅନ୍ତେ,ସେ ତାଙ୍କ ମନ୍ଦିର ଖୋଲି ଭୋଗ ରାଗ, ପାଉଣା ପତର ପାଇଯାଆନ୍ତେ। ଆମର ଖର୍ଚ କାଟ ହେଇ ପାରନ୍ତା। ଏତେ ଠାକୁର, ଠାକୁରାଣୀ ଛତୁ ଫୁଟିଲା ପରି ବାହାରିଲେଣି: *କୁତାମଚଣ୍ଡି, କାକୁଡିଖାଇ, ଲୁହାଖାଇ ଚମାରୁଣି, ଗୋଜବାୟାଣି, ହାତିଆସୁଣି*।”

CEC ତାଙ୍କୁ ମଝିରୁ କାଟି କହିଲେ,

  “ଦେଖିବା। ଏଇ କେଶଟା ପରେ ମୁ ଗୋଟାଏ system improvement ପାଇଁ policy decision ଦେବି। ଖ୍ରୀଷ୍ଟ ଧର୍ମରେ ନୂଆ saint ନେବାପାଇଁ Civil Service ପରି ଏକ examination system ଅଛି। ଆମ ପରି ନିଜ ଇଚ୍ଛାରେ ସେଠି କେହି ଠାକୁର ହେଇଯାଆନ୍ତି ନାହିଁ। That practice should go. ଅନେକ ଜିନିଷ ମୋ ମୁଣ୍ଡରେ ଅଛି, ଦେବତା ମାନଙ୍କ ପାଇଁ divine sevice conduct code, immovable, movable Property declaration ଅଣା ଯାଇପାରେ। ପ୍ରଥମେ ଏ case diary ଟା put up କର। ମୋତେ ଏଇ ଭୋଁସର କ୍ଷେତ୍ରର minutest detail background check ଦରକାର। Everything. ରାଗି କହିଲେ CEC.

Archiveଟା ଖୋଲି ବାବୁ କହିଲେ, Sir ଏଇ ଭୋଁସରଟା ଯାହା ଜଣା ପଡୁଚି, ବହୁତ ପ୍ରାଚୀନ କ୍ଷେତ୍ର ଟିଏ। କଳିଙ୍ଗ, ଓଡ୍ର ସହ hyperlink ଦେଖ‌ଉଛି। ଶିବ ପୁରାଣ, ଦେବୀ ମାହାତ୍ମ୍ୟ ଠାରୁ ମହାଭାରତ ପର୍ଯ୍ୟନ୍ତ। ମହାଭାରତ ଯୁଦ୍ଧରେ କଳିଙ୍ଗ ସେନା ଦୂର୍ଯ୍ୟୋଧନ ସପକ୍ଷରେ ଆଉ ଓଡ୍ରମାନେ ପାଣ୍ଡବ ପକ୍ଷରୁ ଲଢିଛନ୍ତି। Record କହୁଛି।

Sir, ଏଇ Google Map ଟା ଦେଖନ୍ତୁ।

  ଏଇଠି *ଜମ୍ବୁଦ୍ବୀପ*। ମହୋଦୋଧୀ କୂଳରେ କିନା। ଏଇ ଯେଉଁ ସବୁଠୁ ଡେଙ୍ଗା apartmentଟା ଦେଖୁଛନ୍ତି, ସେଇଟା ମହାବିଷ୍ଣୁଙ୍କର ଶ୍ରୀମନ୍ଦିର। ସେଇ ଯାଗାଟା ଶ୍ରୀ କ୍ଷେତ୍ର। Mapରେ ବି ଫୁଟି ଉଠିଛି ଯାଗାଟା। CECଙ୍କ ଆଖି ବଡ ବଡ ହେଇଗଲା। 

” ବିଷ୍ଣୁ ପରା ହିମାଳୟରେ ବଦରିରେ ତପସ୍ୟା କରୁଥିଲେ। ମହାଭାରତ periodରେ ଦ୍ବରକାରେ ବି ତାଙ୍କର ଗୋଟାଏ ଶାନଦାର palace ଥିଲା। ଦକ୍ଷିଣରେ ବି ଗୁଡାଏ ଘର କରିଛନ୍ତି। ଏ ଶ୍ରୀମନ୍ଦିର ଟା ସେ *annual property declaration* ରେ ଦେଖେଇଛନ୍ତି ?”

” ଏଇଟା ତାଙ୍କର ନୁହଁ sir, ସ୍ତ୍ରୀ ଧନ। ତାଙ୍କ ଶଶୁର ପ‌ଇସା ବାଲା। ବହୁତ ଯାନି ଯ‌ଉତକ ପାଇଛନ୍ତି। କଉସ୍ତୁଭ ମଣି, ଐରାବତ ହାତି, ଉଚ୍ଚୈଶ୍ରବା ଘୋଡା, ପାଞ୍ଚଜନ୍ୟ ଶଙ୍ଖ ସବୁ declarationରେ ଅଛି।

..

ମହାଦେବ ଯେତେବେଳେ ବାହା ହେଲେ, ସେ ତ ବା’ଆଜୀ ଲୋକ। ସେ ତାଙ୍କ ନିଜ ଷଣ୍ଢରେ ଗଲେ, କନ୍ୟାକୁ ଷଣ୍ଢରେ ବସେଇ ନେଇ ଆସିଥିଲେ। ପାର୍ବତୀ ଯା ହେଲେବି ସ୍ତ୍ରୀ ଜାତି। ଲକ୍ଷ୍ମୀ ଙ୍କ ଥାଟ ତାଙ୍କ ଆଖିରେ କେମିତି ବା ଯାଆନ୍ତା। ସେ ଆଶୁତୋଷ ଙ୍କୁ ଧରି honeymoon ନାଁ ରେ plot ଖୋଜି ବାହାରିଲେ। ଏମିତି ତ ତାଙ୍କୁ ବହୁତ ଜାଗାରୁ offer ଆସିଥିଲା। କିଛିଟା ବି ସେ final କରିଥିଲେ। ସୋମନାଥ, ନାସିକ, ରାମେଶ୍ବର ଇତ୍ୟାଦି, ଇତ୍ୟାଦି। କିନ୍ତୁ finally ଏଇ ଭୋଁସରରେ ଅଟକିଗଲେ। ପୁରୁଷୋତ୍ତମ କ୍ଷେତ୍ର ପାଖରେ, ଦୟାନଦୀ କୂଳରେ ଗୋଟିଏ ଆମ୍ବଗଛ ଥିଲା। ଗୋଟିଏ ମାତ୍ର ଆମ୍ବ ଗଛ ବଢି କରି ପୂରା ଗୋଟେ ଜଙ୍ଗଲ ହେଇ ଯାଇଥିଲା। *ଏକ+ଆମ୍ର* କ୍ଷେତ୍ର। ପାର୍ବତୀ decide କଲେ ସେଇଠି ମନ୍ଦିର ଗଢିବେ। ଲକ୍ଷ୍ମୀଙ୍କଠୁ ବି ପାଖ ହେବ। 

ଏକାମ୍ର ର ସବୁ ଜମି ତକ ଦିଜଣ builderଙ୍କ କବଜାରେ ଥିଲା। ଦି ଭାଇ- *କୃତ୍ତି ଆଉ ବାସ*। ପାର୍ବତୀ ଙ୍କ ରୂପ ଦେଖି ସେମାନେ ଜମି ଦେବାକୁ ତୁରନ୍ତ ରାଜି ହୋଇଗଲେ। କିନ୍ତୁ କିଛି ସର୍ତ୍ତରେ। ଏମିତିକି ଦୁଇ ଭାଇ ପାର୍ବତୀଙ୍କୁ ନିଜ କାନ୍ଧରେ ଛିଡା କରାଇ estate ବୁଲାଇ ଦେଖାଇଲେ। ଯେଉଁଠି ସେ ଦିଜଣଙ୍କୁ ଦେବୀ ପାଦରେ ଚାପିଦେଲେ, ସେଠି ଗୋଟାଏ ପୋଖରୀ ହେଇଗଲା, *ଦେବୀ ପାଦହରା କୁଣ୍ଡ*। ଶିବ ସେଠି ତ୍ରିଭୂବନେଶ୍ବର, ସେ ଜାଗାର ନାଁ ଭୂବନେଶ୍ବର। ୧୦୦୦ ପର୍ଯ୍ୟନ୍ତ ଶିବଙ୍କ ଚର ସେଠି ରହିଗଲେ।

ଏହାର କିଛି ଯୁଗପରେ ସେଠି ଗୋଟିଏ ବଡ ଯୁଦ୍ଧ ହେଇଥିଲା। କଳିଙ୍ଗ ଯୁଦ୍ଧ। ସେତେବେଳେର କଳିଙ୍ଗର *ରାଜା ସୁରଥ* ଯୁଦ୍ଧରେ ହାରି ସମ୍ମାନ ହାନି ଗ୍ଲାନିରେ ଜଙ୍ଗଲକୁ ପଳାଇଲେ। ରାଜ୍ୟର ସବୁଠୁ ବଡ ସାଧବ, *ସମାଧୀ ବୈଶ୍ୟ* ମଧ୍ୟ ନିଜର ସମ୍ମାନ, ସମ୍ପତ୍ତି ହରାଇ ଜଙ୍ଗଲରେ ବୁଲୁଥିଲେ। ଦୁହେଁ ମିଶି ଜଙ୍ଗଲରେ ରହୁଥିବା *ରୂଷି ମେଧା* ଙ୍କ ପାଖରୁ ଦେବୀ ମାହାତ୍ମ୍ୟ ପାଇଲେ। ୭୦୦ ଶ୍ଳୋକର ସପ୍ତଶତୀ ଚଣ୍ଡୀ ଏହିଠାରେ ଲେଖାହେଲା। ସେଇଦିନଠାରୁ ଉତ୍କଳରେ ଷୋଳଦିନାତ୍ମକ ଦୂର୍ଗାପୂଜା ଆରମ୍ଭ ହୋଇଥିଲା। ଏବଂ ଦେବୀଙ୍କ କୃପାରୁ ସୁରଥଙ୍କ ପ‌ଉତ୍ର *ଖାରବେଳ* କଳିଙ୍ଗ ଯୁଦ୍ଧ ର ପ୍ରତିଶୋଧ ନେଲେ। 

 …

ଏହାର କିଛିଦିନ ପରେ, ପ୍ରାଚୀ ନଦୀ କୂଳରେ କପିଳେଶ୍ବର ଗ୍ରାମର ଲେମ୍ବାଇ ପ୍ରଗଣାରେ ଜନ୍ମ ହେଲେ ସିଦ୍ଧାର୍ଥ। ତାଙ୍କର ରଥର ସାରଥି ଥିଲା ଚନ୍ଦକ। ଚନ୍ଦକର ଗାଁ *ଚନ୍ଦକା ଅରଣ୍ୟ ଘୋଡ଼ା ପାଇଁ ପ୍ରସିଦ୍ଧ* ଥିଲା। 

  ଦିନେ ଚନ୍ଦକ ରାଜପୁତ୍ର ସିଦ୍ଧାର୍ଥଙ୍କ ଆଦେଶରେ ତାଙ୍କୁ ନେଇ ଜଙ୍ଗଲରେ ଛାଡି ଦୁଃଖ ଆବେଗରେ ଫେରି ଆସିଲା ନିଜ ଭିଟାମାଟି ଚନ୍ଦକା କୁ। ସେ କେଭେଁ କଣ ଭାବିଥିଲା ତାର ପ୍ରିୟ ରାଜପୁତ୍ର ବାର ବର୍ଷ ପରେ *ତପସୁ, ଭଲ୍ଲିକ* ହାତରେ ଖବର ପଠାଇବେ ବୋଲି। 

ସେଇ ଭୂବନେଶ୍ବରଟା ଅପଭ୍ରଂଶ ହେଇ ଆଜି ଭୋଁସର ହେଇ ଯାଇଛି।

-୪-

Compusys ଛକର ସାଇବାବାଙ୍କ file ଟା put up କରି PS ବାବୁ କହିଲେ:

“Sir, ୟାଙ୍କର all India Party. ଦେଶର ସବୁ ସହରରେ, ଦେଶ ବାହାରେ ବି ୟାଙ୍କର ଭକ୍ତ ପ୍ରବଳ। ପୁରାଣର ବ୍ରହ୍ମା, ବିଷ୍ଣୁ ଙ୍କ ଠାରୁ ବାବାଙ୍କ ଦବଦବା ଆଜି ଅଧିକ। ୟାଙ୍କ Partyର head quarter ମହାରାଷ୍ଟ୍ରରେ। ଏ ପାର୍ଟି ସର୍ବ ଧର୍ମ ସମନ୍ବୟରେ ବିଶ୍ବାସ କରନ୍ତି। ତାଙ୍କ ସଂସ୍ଥା ବହୁତ ଜନହିତକର project କରନ୍ତି।

“ତାହେଲେ ବାବା ସାଧାରଣ ଲୋକଙ୍କର ରାସ୍ତା ଅବରୋଧ କାହିଁକି କରିଛନ୍ତି ?

“Inquiry ପରେ ଜଣାପଡ଼ିବ।”

Compysys ବାବା ବୟସ୍କ, ବେଶ ଧୀର, ନମ୍ର ଏବଂ ଜ୍ଞାନୀ ଜଣାପଡୁଥିଲେ।

ସେ କହିଲେ,”ମନ୍ଦିର construction ଉପରେ ମୋର କିଛି କହିବାର ନାହିଁ। ମନ୍ଦିର କାମ ବୁଝନ୍ତି ପାତ୍ର ବାବୁ।” 

“ପାତ୍ରବାବୁ କିଏ ?”

“ସାର୍, ପାତ୍ରବାବୁ ନିଜକୁ ସମାଜସେବୀ କହୁଥିବା ଜଣେ ମଣିଷ। ତାଙ୍କର ଗୋଟିଏ Engineering college, ଗୋଟିଏ Medical college ଏବଂ ପୂଞ୍ଜାଏ ଶିକ୍ଷା ଅନୁଷ୍ଠାନ ଅଛି। ସବୁବେଳେ ସବୁ ବାବାଙ୍କ ଦୟା ବୋଲି ସେ କହୁଥାନ୍ତି। ସେଇଥିପାଇଁ ବାବାଙ୍କ ପାଇଁ ଏ ବିରାଟ ମନ୍ଦିର ଗଢ଼ିଛନ୍ତି।” କହିଲେ PS ବାବୁ।

“ତାଙ୍କର କଣ ନିଜର ଜାଗା ନାହିଁ ? ସେ ରାସ୍ତା ମାଡି ମନ୍ଦିର କରିଛନ୍ତି କାହିଁକି ?”

ବାବୁ କହିଲେ,

“ସାର୍, ପାତ୍ରବାବୁ ଏଠିକାର ଏକ ନମ୍ବର ଧନୀ ବ୍ୟକ୍ତି। ତାଙ୍କର ଜମି ମଧ୍ୟ ପ୍ରବଳ। ସେଥିରେ ସେ ନିଜପାଇଁ ସୁଦୃଶ୍ୟ ପ୍ରାସାଦ, ଆମ୍ବ ତୋଟା, ପୋଖରୀ, ଚିଡ଼ିଆଖାନା ବନାଇଛନ୍ତି। କିନ୍ତୁ ବାବାଙ୍କ ନାମଟା ସରକାରୀ ଜାଗା ମାଡିବାର ସୁବିଧା ଉପାୟ। ଭାରତରେ ଲୋକଙ୍କ ଉପରେ ଗାଡି ଚଢେଇ ଦେଲେ, କୋର୍ଟ ସାହା। କିନ୍ତୁ ମନ୍ଦିର ଭାଙ୍ଗିଦେଲେ, କେହି ମାଫ କରିବେନି। ଏଇ ଯେମିତି, ତାଙ୍କର ଦୁଇଟା ଯାକ engineering ଏବଂ medical collegeର ୭୦ ଭାଗ ଜମି ସରକାରଙ୍କର। ଏତେ ପିଲା ପଢି ମଣିଷ ହେବେ। ଏତେ public ଚିକିତ୍ସା ପାଇବେ। ସେଥିପାଇଁ କଣ ସେ ନିଜ ଜମି ଲଗାଇବେ ? କି କଥା !”

“ସେ କଲେଜ ମାନଙ୍କରୁ ରୋଜଗାର ତକ ତ ତାଙ୍କର।”

“ନିଶ୍ଚୟ। ସେଇଟା ତ ତାଙ୍କର ଝାଳବୁହା ରୋଜଗାର। ସରକାର ଶିକ୍ଷା ପାଇଁ କିଛି କଲାନାହିଁ ବୋଲି ତ ତାଙ୍କୁ କରିବାକୁ ପଡୁଛି। ସେ କଣ ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବେ ? କିନ୍ତୁ ସାର, ସେଇ medical, engineering କଲେଜ ଏବଂ ବାବାଙ୍କ ମନ୍ଦିର ସବୁଠି ଭିଡ ପ୍ରବଳ।

ଏଥର CEC sir Compusys ବାବାଙ୍କ ଆଡେ ଅନାଇ କହିଲେ,

“ବାବା, ଏ ପାତ୍ର ତ ଆପଣଙ୍କ ଭକ୍ତ। ଆପଣ ତାକୁ ଟିକେ ବୁଝାନ୍ତୁ। ଲୋକଙ୍କ ରାସ୍ତା ମାଡି ମନ୍ଦିର କଲେ କଣ ପୂଣ୍ୟ ହେବ ?”

କିଏ କାହାର ଭକ୍ତ ଆଜ୍ଞା। ଆହତ ସ୍ବରରେ କହିଲେ। ତାଙ୍କ ମୁହଁ ରେ ଏକ ଅବ୍ୟକ୍ତ ଅସହାୟତା ଲହଡ଼ି ଖେଳୁଥିଲା।

“ପାତ୍ର ମୋର ଭକ୍ତ ନା ମୁ ତାର। ସେ ମୋତେ ଏଠି ବସାଇବା ଆଗରୁ କ’ଣ ମୋତେ ପଚାରିଥିଲା ?”

“ତଥାପି, ଆପଣ ତାକୁ ଥରେ ସ୍ବପ୍ନରେ ଦର୍ଶନ ଦେଇ ବୁଝାନ୍ତୁ। କାଳେ ଆପଣଙ୍କ କଥା ମାନିବା।”

“ଆଜ୍ଞା, ତା ସ୍ବପ୍ନରେ ପଶିବା ପାଇଁ ମଧ୍ୟ ମୋର permission ନାହିଁ।” ଏବଂ ଯୋଡିଲେ,

” ଆଜ୍ଞା, ଏ କଳିଯୁଗରେ ସବୁଠୁ ପାବାର ଅଛି ରାଜନୀତିରେ। ରାଜନୀତିଆଙ୍କ କେବଳ ଦୁଇଟି ଡର। ଗୋଟିଏ କୋର୍ଟ, ଆଉ ଗୋଟିଏ ଭୋଟ। କଳିକାଳରେ ଭୋଟ ଦେବୀଙ୍କର ସବୁଠାରୁ ବେଶୀ ପାବାର। 

ଆସନ୍ତା ଭୋଟ ସମୟରେ ପାତ୍ର ବାବୁର କାନ ନିଶ୍ଚୟ ଖୋଲା ରହିବ । କହିଲେ ବାବା। ସେଇ ସମୟରେ court case ଟିଏ କଲେ, ସବୁ ଠିକ ହେଇଯିବ।

ସାଧୁ।ସାଧୁ।। ଆପଣଙ୍କର ଏଇ ସାଧୁ ସିଦ୍ଧାନ୍ତ ନିଶ୍ଚୟ ଭବିଷ୍ୟ ପୁରାଣରେ ସ୍ଥାନ ପାଇବ।

ୟା ପରେ କଣ କଣ ହେଲା ମୋତେ ଜଣା ନାହିଁ। କିନ୍ତୁ ଯେହେତୁ ପଞ୍ଚାୟତ election process ଆରମ୍ଭ ହେଇ ଯାଇଥିଲା, ତାକୁ ନଜର ରଖି ରାସ୍ତା କାମ ପାଇଁ ଗୋଟିଏ PIL ରୁଜୁ ହେଲା। 

ଦୁଇଦିନ ଭିତରେ ସାଇବାବାଙ୍କ ମନ୍ଦିର ତାଙ୍କ ନିଜ ତରଫରୁ ପାଚିରିକୁ ୧୦ ଫୁଟ ଘୁଞ୍ଚାଇ ନେଲେ। ପାତ୍ର ବାବୁଙ୍କ ନେତୃତ୍ବରେ ଗଢା ହେଇଥିବା ନାଗରିକ କମିଟି ରାସ୍ତା ଆରପଟେ ବସିଥିବା ଉଠା ଦୋକାନୀଙ୍କୁ ସରକାରଙ୍କ ତରଫ‌ରୁ ଉତ୍ତମ ଥ‌ଇଥାନ ଏବଂ ୬ ମାସର ରାସନ ପାଣିର ବନ୍ଦୋବସ୍ତ କରି ଉଠାଇଦେଲେ। Urban election ଆଗରୁ ଚକାଚକ ରାସ୍ତାଟିଏ compusys ବାବା ମନ୍ଦିର ପାଖରେ ସାପ ଭଳି ବଙ୍କେଇ ବାହାରିଗଲା। ମନ୍ଦିର ପରିସର ମଧ୍ୟରେ ପାତ୍ର ବାବୁ ରାସ୍ତା ଆଡକୁ ମୁହଁ କରି ପକ୍କା ଦୋକାନ ମାନ କରି ଭ‌ଡା ଲଗାଇଦେଲେ। Main road ଉପରେ ଥିବାରୁ ଭଲ demand ଥିଲା।

ଏବେ ରାସ୍ତା ମଝିରୁ ସାଇବାବାଙ୍କ ଅମୃତମୟ ପୂର୍ଣ୍ଣ ଅବୟବ ସୁନ୍ଦର ଦେଖାଯାଏ। ସନ୍ଧ୍ୟା ଆଳତିର ଘଣ୍ଟା ବାଜିଲା କ୍ଷଣି ରାସ୍ତାର ସେଇ ମୋଡଟା ଜାମ ହୁଏ। ସବୁ ପଥିକ, ଦୁଇ ଚକିଆ, ଚାରି ଚକିଆ ଭକ୍ତମାନେ ଗୋଟିଏ ମିନିଟ ପାଇଁ ଗାଡି ବନ୍ଦ କରି ବାବାଙ୍କ ଆଳତି ଏବଂ ଆଶୀର୍ବାଦ ନେବାକୁ ଭୁଲନ୍ତି ନାହିଁ। ସେଇ ସମୟରେ ଆପଣ ଭୁଲରେ ବି ସେମାନଙ୍କୁ ଟିକେ ଘୁଞ୍ଚିବାପାଇଁ କହିବେ ନାହିଁ। ତାହେଲେ ସେମାନେ ଗୋଟିଏ ମିନିଟ extra ଧ୍ୟାନ କରିବେ। ଧ୍ୟାନ ସାରି ଆପଣଙ୍କୁ ଭସ୍ମ କରି ଦେବା ଆଖିରେ ଚାହିଁ carburettor ଧୂଆଁରେ କଳା କରିଦେବେ।

ସେଇଦିନଠାରୁ ମୁଁ ବାବାଙ୍କୁ ବେଶୀ ଭକ୍ତି କରୁଛି। ବାବାଙ୍କ ‌ଆଳତି ସମୟକୁ alarm ଦେଇ save କରିଛି। କାରଣ ସେଇ ସମୟଟା ରାସ୍ତା ଭାଙ୍ଗି ଅନ୍ୟ ବାଟ ଖୋଜିବାର ସମୟ।

ଯଦି କେଭେ ଆଳତି ଛାତରେ ମୁଁ ବସିଯାଏ, ତ ହାତ ଯୋଡ଼ି ବାବାଙ୍କ ମାର୍ବଲର ପୂର୍ଣ୍ଣାବୟବ କୁ କରାଏ। ମୋତେ କିନ୍ତୁ ସେଠି ବାବା ଦେଖାଯାଆନ୍ତି ନାହିଁ। ମୋତେ ଲାଗେ ସେଠି ପାତ୍ର ବାବୁ ମୋତେ ଦେଖି ହସୁଛନ୍ତି। ମୋ ନାମରେ ଚିଠି ଲେଖିଥିଲୁ ପରା।

ମୋ ମନଟା ପାତ୍ର ବାବୁ ଙ୍କ ଭକ୍ତିରେ ଲତପତ ହେଇଯାଏ। ମୁଁ ଆବୃତ୍ତି କରେ,

ଯା ଦେବୀ କଳିଯୁଗେଷୁ ପାତ୍ରରୂପେଣ ସଂସ୍ଥିତା, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମୋ ନମଃ।

ଯା ଦେବୀ ପାତ୍ର ସଂହାରାର୍ଥାୟ ଭୋଟରୂପେଣ ସଂସ୍ଥିତା, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମୋ ନମଃ।

**

NB:

1️⃣ Chedi King Surath of Devi Mahatmya ( ମହାଳୟା ଦିନର ଚଣ୍ଡୀ ପାଠ ) is the Kalinga king who lost to Ashoka in the Kalinga war 261 BC and started Chandipatha to regain the lost Glory. As a result, Kharavela of the Chedi clan conquered Magadh and brought back the Glory of his forefathers. Of course, Medinipur and Birbhum were part of Odisha during this period.

The 5 day Durga Puja is a recent one- a Bengali version started only after British rule.

2️⃣ Records of 16 day Devi puja is pretty old in Odisha. It is found 1000 years ago with *Biraja* of Jajpur, Bimala of Puri, also Devis in Banapur, Jhankada and all Gadachandis and also *Stambheswari* of tribals of rest of Odisha.

3️⃣ There are few literature that tells that Budha may have been born near Bhubaneswar. Most of the early Buddhist influence abound in Jajpur, Boudh and Khordha district. 

4️⃣ *The first disciples of Buddha are from Odisha.*

The legend of *Chhandaka* the charioteer who drove prince *Gautama* into the forest and the *Buddhahood*

Published by Dr. Ramakanta

Pediatrician and occasional blogger

Leave a comment